ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାର୍ବଣ ସମୟରେ ଭିଡ ନିୟନ୍ତ୍ରଣ ନହେଲେ କୋଭିଡ ସଂକ୍ରମଣ ବଢିପାରେ । ଏଣୁ ସଚେତନ ରହିବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ଅନୁରୋଧ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି। ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଡିଏମ୍ଇଟି ପରାମର୍ଶ ଦେଇଛନ୍ତି। ପ୍ରଥମ ଡୋଜ ଟିକା ନେଲା ପରେ ଦ୍ୱିତୀୟ ଡୋଜ ଟିକା ନିଶ୍ଚୟ ନେବା ଆବଶ୍ୟକ। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଆଜି ୧୮ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ଆଜି ଯାଏ ୩ କୋଟି ଡୋଜ୍ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଡୋଜ୍ ଟିକା ଦିଆଯାଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ରାଜ୍ୟରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୭୧% ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧ ଲକ୍ଷ ୮୯ ହାଜର ଗର୍ଭବତୀଙ୍କୁ ଟିକା ଦିଆଗଲାଣି। ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।






More Stories
କାର୍ଯ୍ୟବନ୍ଦ କର…..
ବିଜେଡି ଛାଡ଼ିଲେ ଦେବାଶିଷ….
ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର…..