Report Card Odisha

| Daily Odia News

ଅକ୍ଟୋବର ପହିଲାରୁ ବଦଳୁଛି ରେଲୱେର ଏହି ନିୟମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ରେଳ ବିଭାଗ ପକ୍ଷରୁ ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି | ଟିକେଟ୍ ବୁକ୍ କରିବା ପୂର୍ବରୁ ଆପଣ ଇଣ୍ଡିଆନ୍ ରେଲୱେର ନୂଆ ନିୟମ ଜାଣି ନିଅନ୍ତୁ। ଗତ ୨ ବର୍ଷ ପରେ ରେଲୱେର ନୂଆ ସମୟ ସାରଣୀ ୧ ଅକ୍ଟୋବରରେ ଲାଗୁ ହେବ । ଅକ୍ଟୋବର ପହିଲାରୁ ପ୍ରୟାଗରାଜ ମଣ୍ଡଳର ଅନେକ ଷ୍ଚେସନ ମଧ୍ୟ ଦେଇ ଯାତାୟାତ କରିବାକୁ ଥିବା ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ ହେବ । ଗତ ବର୍ଷ ମେ ମାସରୁ ରେଲୱେ ସ୍ପେଶାଲ ଓ ଫେଷ୍ଟିଭାଲ୍ ଟ୍ରେନର ହିଁ ସଞ୍ଚାଳନ କରୁଛି । ନୂଆ ସମୟ ସାରଣୀ ଲାଗୁ ହେବା ପରେ ଏହି ଟ୍ରେନଗୁଡିକରୁ ସ୍ପେଶାଲ ଓ ଫେଷ୍ଟିଭାଲ୍ ଟ୍ରେନର ମାନ୍ୟତା ହଟିପାରେ । ଗତ ବର୍ଷ ଲକଡାଉନ ପରେ ରେଲୱେ ସର୍ବପ୍ରଥମେ ରାଜଧାନୀ ଏକ୍ସପ୍ରେସର ସଞ୍ଚାଳନ ଆରମ୍ଭ କରିଥିଲା । ସେବେଠୁ ଏପର୍ଯ୍ୟନ୍ତ ସମସ୍ତ ରାଜଧାନୀ ଏକ୍ସପ୍ରେସକୁ ସ୍ପେଶାଲ ଟ୍ରେନ ରୂପେ ଚଲାଯାଉଛି । କହିରଖୁଛୁ ଗତ ବର୍ଷ କରୋନାର ପ୍ରଥମ ଲହରୀ ପରେ ଟ୍ରେନଗୁଡିକର ସଞ୍ଚାଳନ ଜିରୋ ନମ୍ବରରୁ ଆରମ୍ଭ ହୋଇଥିଲା । କିନ୍ତୁ ଧିରେ ଧିରେ ଅବସ୍ଥା ସୁଧୁରିବା ସହିତ ୯୫ ପ୍ରତିଶତ ଟ୍ରେନ୍ ଏପର୍ଯ୍ୟନ୍ତ ଟ୍ରାକକୁ ଆସିସାରିଛନ୍ତି । ଏବେ ହେବ ଡିଜିଟାଲ୍ ଟାଇମ୍ ଟେବଲ- କହିରଖୁଛୁ କି ରେଲୱେ ଷ୍ଟେସନର ବୁକ୍ ଷ୍ଟଲରେ ମିଳୁଥିବା ଟ୍ରେନର ସମୟ ସାରଣୀ ଟ୍ରେନ୍ ଆଟ୍ ଏ ଗ୍ଲାନ୍ସ ଏବେ ଉପଲବ୍ଧ ହେବନି । ଏବେ ନୂଆ ଟାଇମ୍ ଟେବଲ ଡିଜିଟାଲ୍ ଆଟ୍ ଏ ଗ୍ଲାନ୍ସରେ ନଜର ଆସିବ । ଟ୍ରେନ୍ ଯାତ୍ରୀଙ୍କୁ ଏହି ମାଧ୍ୟମରେ ଟ୍ରେନର ଆଗମନ-ପ୍ରସ୍ଥାନ ସହିତ ଜଡିତ ସୂଚନା ମିଳିବ ।

 

Breaking News