Report Card Odisha

| Daily Odia News

ଆନ୍ଦୋଳନରତ ଚାଷୀଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ କୃଷି ଆଇନ୍କୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଶୁକ୍ରବାର ବର୍ଷିଛନ୍ତି ସୁପ୍ରିମକୋର୍ଟ। ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ସମାଲୋଚନା କରିଛନ୍ତି। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଆପଣମାନେ ଲୋକଙ୍କ ଯାତାୟତ ବନ୍ଦ କରିଦେଇଛନ୍ତି, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଏଥିରେ ଖୁସି କି ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ ଏ.ଏମ ଖାନୱିଲକର ଏବଂ ଜଷ୍ଟିସ ସିଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ। କିଷାନ ମହାପଞ୍ଚାୟତ ଦିଲ୍ଲୀ କେନ୍ଦ୍ରସ୍ଥଳରେ ଥିବ ଜନ୍ତର ମନ୍ତରରେ ଏକ ଧାରଣା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଦିଲ୍ଲୀ ପ୍ରଶାସନ ସେମାନଙ୍କୁ ଅନୁମତି ଦିଅନ୍ତୁ ବୋଲି ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ଭର୍ତ୍ସନା କରି କହିଛନ୍ତି ଯେ, ବାହାରେ ସହରକୁ ଆପଣ ଅବରୋଧ କରି ରଖିଛନ୍ତି। ଏବେ କଣ ସହର ଭିତରକୁ ଆସିବାକୁ ଚାହୁଂଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ବନ୍ଦ ହେବା ଦରକାର ବୋଲି ମଧ୍ୟ କୋର୍ଟ କହିଛନ୍ତି।

 

Breaking News