ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସବୁଠୁ ବଡ଼ ବିରୋଧୀ ଦଳ ହେଉଛି କଂଗ୍ରେସ। କଂଗ୍ରେସ ଯେତେ ମଜଭୁତ ହେବ ଭାଜପାକୁ ସେତିକି ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ’। ଏଭଳି କଡ଼ା ଭାଷାରେ ଭାଜପାକୁ ସମାଲୋଚନା କରିଛନ୍ତି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର। କଂଗ୍ରେସ ଛଡ଼ା ସମସ୍ତ ବିରୋଧୀ ଦଳ ହେଉଛନ୍ତି ଆଞ୍ଚଳିକ ଦଳ। କେବଳ କଂଗ୍ରେସ ହେଉଛି ଏକମାତ୍ର ବିରୋଧୀ ଦଳ, ଯାହାର ଉପସ୍ଥିତି ଜାତୀୟ ସ୍ତରରେ ଅଛି। ଭାଜପାକୁ ହରାଇବାର ଦକ୍ଷତା କଂଗ୍ରେସ ପାଖରେ ସର୍ବଦା ଅଛି। ଯଦି ମୋତେ କେବେ ଲାଗିବ ମୁଁ ଭାଜପାକୁ ହରାଇପାରିବି ନାହିଁ, ତେବେ ମୁଁ ଦଳ ଛାଡ଼ି ଦେବି। ଭାଜପା ମୋତେ ଖଣ୍ଡ ଖଣ୍ଡ ଗ୍ରୁପ କହୁଛି। ମୁଁ ଭାଜପାର ଖଣ୍ଡ ଖଣ୍ଡ କରିଦେବି। ଏହି ଦଳ ଜାତିର ପିତା ମହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ତାଙ୍କ ଆଦର୍ଶ ବୋଲି ଗଣନା କରେ। ସେମାନେ କେବଳ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଗରେ ଗାନ୍ଧିଜୀଙ୍କ ପ୍ରଶଂସା କରନ୍ତି ବୋଲି କହ୍ନେୟା କହିଛନ୍ତି।






More Stories
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..