Report Card Odisha

| Daily Odia News

କଠୋର ହେଲେ ସରକାର ,୧୦ ଦିନିଆ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ୍‌କୁ ମାନ୍ୟତା ଦେଇନଥିବା ବ୍ରିଟିଶ ସରକାରଙ୍କୁ ଭାରତର ମୁହଁତୋଡ ଜବାବ। ଏବେ ବ୍ରିଟେନରୁ ଆସୁଥିବା ଲୋକଙ୍କୁ ଭାରତରେ ୧୦ ଦିନିଆ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ। ବ୍ରିଟେନ୍ ଏ ପର୍ଯ୍ୟନ୍ତ ଭାରତର କରୋନା ଭ୍ୟାକ୍ସିନ ସାର୍ଟିଫିକେଟ୍‌କୁ ମାନ୍ୟତା ଦେଇ ନାହିଁ। ଯାହାର ଜବାବ ଦେଇ ଭାରତ ଶୁକ୍ରବାର ଏପରି ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ରିଟେନ୍‌ ଭାରତରେ ଦିଆଯାଉଥିବା କୋଭିସିଲ୍ଡ ଭ୍ୟାକ୍ସିନକୁ ମଞ୍ଜୁରୀପ୍ରାପ୍ତ ଟିକା ତାଲିକାରୁ ବାହାରେ ରଖିଥିଲା। ଭାରତର କଡା ଆପତ୍ତି ପରେ ବ୍ରିଟିଶ ସରକାର ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ। ମାତ୍ର ବୈଷେୟିକ ତ୍ରୁଟି ଦର୍ଶାଇ ୟୁକେ ସରକାର କୋଭିସିଲ୍ଡ ସାର୍ଟିଫିକେଟ୍ ଉପରେ ପ୍ରଶ୍ନ ଉଠାଇଥିଲା। ଏବେ ଭାରତ ସରକାର ଏହାର ଜବାବ ଦେଇ ବ୍ରିଟେନରୁ ଆସୁଥିବା ଲୋକଙ୍କୁ ଭାରତରେ ୧୦ ଦିନି କ୍ଵାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛି। ଏହି ନୂତନ ନିୟମ ଅକ୍ଟୋବର ୪ରୁ ଲାଗୁ ହେବ। ଏହି ନିୟମରେ କୌଣସି ବି ଦେଶର ନାଗରିକଙ୍କ କୋହଳ କରାଯିବ ନାହିଁ। କରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ଟିକା ନେଇଥିଲେ ମଧ୍ୟ ୧୦ ଦିନ ଯାଏଁ କ୍ଵାରେଣ୍ଟାଇନରେ ରହିବାକୁ ପଡିବ। ଏପରିକି ଭାରତ ଆସିବା ମଧ୍ୟ କିଛି ନିୟମ ତିଆରି କରାଯାଇଛି। ବ୍ରିଟେନ୍‌ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନିଜ ପାଖରେ ରଖିବା ଜରୁରୀ। ଏହା ବ୍ୟତୀତ ବିମାନ ବନ୍ଦର ପହଞ୍ଚିବା ପରେ ମଧ୍ୟ ଏକ ଆରଟି ପିସିଆର ଟେଷ୍ଟ କରାଯିବ। କେବଳ ଏତିକି ନୁହେଁ ଭାରତ ଆସିବାର ୮ ଦିନ ପରେ ପୁଣି ଥରେ ଏହି କରୋନା ଟେଷ୍ଟ କରିବାକୁ ପଡିବ। ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହି ନିୟମ ଲାଗୁ କରିବାକୁ ଆଦେଶ ଦିଆଯାଇଛି।

Breaking News