Report Card Odisha

| Daily Odia News

ସୌନ୍ଦର୍ଯ୍ୟ ବଢାଇବାକୁ ଚାହୁଁ ଛନ୍ତି କରନ୍ତୁ ଏହି ଉପାୟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରୂପି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ କିଛି ସହଜ ଘରୋଇ ଉପାୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ
– ନିୟମିତ କେଶକୁ ୨ ରୁ ୩ଥର କୁଣ୍ଡାନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।
– ଟମାଟୋ ରସରେ ମୁଲତାନୀ ମାଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାଇ କିଛି ସମୟ ରଖନ୍ତୁ। ଏହା ଶୁଖିଗଲେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ କିମ୍ବା ୨ଥର ଏହାକୁ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
– ମେଥି ଦାନାକୁ ଭିଜାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁୂ। ଏହାକୁ କେଶ ମୂଳରେ ଲଗାନ୍ତୁ। ଶୁଖିଯିବା ପରେ କେଶ ଧୋଇ ଦିଅନ୍ତୁ।
– ନଡ଼ିଆ ତେଲ କିମ୍ବା ଅଲିଭ୍ ଅଏଲରେ କର୍ପୂର ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ।
– ଏଲୋବେରା ଜେଲ ମଧ୍ୟ କେଶ ମୂଳରେ ମାଲିସ କରନ୍ତୁ।
ଅଲିଭ ଅଏଲ – ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ।
ଗ୍ରୀନ ଟି ପ୍ୟାକ୍‍ –
ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ।
ମହୁ ଓ କ୍ଷୀର – ମହୁ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହେବା ସହ ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।

Breaking News