ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୪ ଜଣ ପିଲା ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୧୬୯ ଜଣ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୧୬୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬କୁ ବୃଦ୍ଧି ପାଇଛି । ୪୦୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୧୬ଜଣ, ବରଗଡ଼ରୁ ୧ଜଣ, ଭଦ୍ରକରୁ ୨ ଜଣ, କଟକରୁ ୬୩ଜଣ, ଦେବଗଡ଼ରୁ ୨ଜଣ, ଜଗତସିଂହପୁରରୁ ୧୮ଜଣ, ଯାଜପୁରରୁ ୧୭ଜଣ, କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୬୭ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ୧ଜଣ, ମୟୁରଭଞ୍ଜରୁ ୨୬ଜଣ, ନୟାଗଡ଼ରୁ ୫ଜଣ, ପୁରୀରୁ ୧୯ଜଣ, ସମ୍ବଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୨ଜଣ ଓ ଷ୍ଟେଟପୁଲରୁ ୩୯ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଆଜିର ୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ କଟକ ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……