ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି । ୩୫ ବର୍ଷ ଭିତରେ ୫୦୦ ଜାଗାରୁ ପ୍ରାୟ ୫ କୋଟିର ଜିନିଷ ଚୋରି କରିଥିବା ସୂଚନା ମିଳିଛି | ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି କରି ଆସୁଥିଲା । ତାଙ୍କ ନାଁରେ କେବଳ ଭୁବନେଶ୍ୱରରେ ୧୦୨ଟି ମାମଲା ରହିଛି । ରାଜ୍ୟ ଓ ରାଜ୍ୟ ବାହାରେ ଯଥା ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀରେ ବି ହେମନ୍ତ ଚୋରି କରିଥିଲା । ଲୁହାରଡ଼ ବ୍ୟବହାର କରି ବିଭିନ୍ନ ଜାଗାରେ ଚୋରି କରୁଥିଲା ହେମନ୍ତ । ଚୋରି ଟଙ୍କାରେ ବିଭିନ୍ନ ଜାଗାରେ ବୁଲିବା ସହ କଲଗାର୍ଲଙ୍କ ସହ ରାତି ବିତାଇ ଟଙ୍କା ଉଡାଉଥିଲେ । ବିଜେପି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ସେ ଜେଲ ଯାଇଥିଲା । ଜେଲରେ ଅନ୍ୟ ଜଣେ ଚୋର ସହ ମିଶି ହେମନ୍ତ କୁଖ୍ୟାତ ଲୁଟେରା ପାଲଟିଥିଲେ । ଏବେ ସେ ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ନକରିବାକୁ ବାର୍ତ୍ତା ଦେଉଛନ୍ତି |






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..