Report Card Odisha

| Daily Odia News

ଭାଗ ହେଲା ବଙ୍ଗଳା,ମିଳିଲା ହେଲିକପ୍ଟର,ସିଲାଇ ମେସିନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦାଦା ପୁତୁରାଙ୍କ କଳିରେ ଭାଗ ହେଲା ବଙ୍ଗଳା | ରାମ ବିଳାସ ପାସୱାନଙ୍କ ମୃତ୍ୟୁର ଏକ ବର୍ଷ ପରେ ଦୁଇ ଭାଗରେ ବିଭକ୍ତ ହୋଇଛି ଲୋକ ଜନଶକ୍ତି ପାର୍ଟି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଓ ଦଳର ପୁରୁଣା ନାମକୁ ରଦ୍ଦ କରିଛନ୍ତି ନିର୍ବାଚନ ମିଶନ । ପୂର୍ବରୁ ଏଲ୍‌ଜେପିର ଚିହ୍ନ ବଙ୍ଗଳା ଥିଲା। ଚିରାଗ ପାସୱାନଙ୍କ ନେତୃତ୍ୱରେ ଏହି ଦଳର ନାମ ଲୋକ ଜନକ୍ଷେତ୍ର ପାର୍ଟି (ରାମ ବିଲାସ) ରଖାଯିବା ସହିତ ଦଳକୁ ହେଲିକପ୍ଟର ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି । ସେହିପରି ପଶୁପତି କୁମାର ପାରସଙ୍କ ଦଳର ନାମ ରାଷ୍ଟ୍ରିୟ ଲୋକକଳା ପାର୍ଟି ହୋଇଥିବା ବେଳେ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି  ନିର୍ବାଚନ ଆୟୋଗ ।

 

 

 

Breaking News