ରିପୋର୍ଟ କାର୍ଡ / ମୁନିଗୁଡା
ରାୟଗଡା ଜିଲ୍ଲା ମୁନିଗୁଡା ସଦରମହକୁମା ଠାରୁ ମାତ୍ର 22 କିମି ରେ ଲାଞ୍ଜିଗଡ ଵେଦାନ୍ତଆଲମିନା କାରଖାନା ଅବସ୍ଥିତ।କମ୍ପାନୀର ଚଳ ପ୍ରଚଳ ସବୁ କିଛି ମୁନିଗୁଡା ଉପରେ ନିର୍ଭର କରେ। ହେଲେ ଵେଦାନ୍ତ ଅଧିନରେ କାର୍ଯ୍ୟ କରେ Precision Engineering company |ଏହି କମ୍ପାନୀରେ ଦିର୍ଘ ଦିନ ହେଵ ଶହଶହ ଶ୍ରମିକ କାର୍ଯ୍ୟକରି ଆସୁଥିଲେ ମଧ୍ୟ କମ୍ପାନୀ ଶ୍ରମିକ ମାନଙ୍କର କୌଣସି ମୌଳିକ ସୁଵିଧା କରିନଥିବା ଵେଳେ ଶ୍ରମିକମାନଙ୍କୁ ମାନସୀକ ଯନ୍ତ୍ରଣା ଦେବାକୁ ପଛାଉ ନଥିଲା ଵୋଲି ଧାରଣାରତ ଶ୍ରମିକମାନେ ପ୍ରକାଶ କରିଛନ୍ତି। ସେଥିପାଇଁ ଆଜି ରାପନା ମାଝି, ପଲ୍ଲା ମାଝି ଓ ଵିଶ୍ବନାଥ ମାଝିଙ୍କ ନେତୃତ୍ୱରେ ପାଞ୍ଚଦଫା ଦାବି ନେଇ ଶ୍ରମିକମାନେ ଧାରଣା ଦେଇଥିଲେ |

ପାଞ୍ଚଦଫା ଦାଵି ହେଉଛି – 1-ଭେଇକ୍ଲି ଆଲାଉନ୍ସ, 2- ଘର ଭଡା, 3- ଇନସେଣ୍ଟିଭ୍, 4-ଗ୍ରାଚ୍ଵ୍ୟଟି, 5- ରିଟାୟାର୍ଡମେଣ୍ଟ ଵେନିଫିଟ୍ ପ୍ରମୁଖ ଦାଵୀ ରହିଛି। ଏହି ଦାଵୀ ପୁରଣ ନ ହେଵା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିଵେ ଵୋଲି ରାପନା ମାଝି ,ଵିଶ୍ବନାଥ ମାଝି କହିଛନ୍ତି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..