ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲିରେ ହାରିବା ପରେ କଂଗ୍ରେସ ବଳ ଗୋଟାଇବାକୁ ଚେଷ୍ଟା କରୁଛି | ଦଳ ଛାଡିଥିବା ନେତାଙ୍କୁ ନିଉତା ହୋଇଥିବା ନେଇ ସୂଚନା ମିଳୁଛି | ବିସ୍ତୃତ ନେତାଙ୍କୁ ଦଳ ଦେବ ଗୁରୁତ୍ୱ | ହଟିବେ ନିରଞ୍ଜନ ପଟ୍ଟନାୟକ, ସାମିଲ ହେବେ ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗୋ | ବାରମ୍ବାର ହାରିବା ପରେ କଂଗ୍ରେସ ଏବେ ଘର ସଜାଡ଼ିବାକୁ ଆରମ୍ଭ କରିଛି | ସୂଚନା ଅନୁସାରେ- ଦଳ ଛାଡିଥିବା ବରିଷ୍ଠ ନେତାମାନଙ୍କୁ ପୁଣିଥରେ କଂଗ୍ରେସରେ ସାମିଲ କରିବା ଲାଗି AICC ସଂକେତ ଦେଇଛି | ପ୍ରଥମ ପଦକ୍ଷେପ ସ୍ୱରୂପ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସକୁ ଫେରାଇ ଆଣିବା ଲାଗି ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଛନ୍ତି | ବିଜେପିରେ ଅଲୋଡ଼ା ହୋଇପଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ମଧ୍ୟ କିଛି ଲୋକ ମନାଇବାକୁ ଉଦ୍ୟମ କରୁଛନ୍ତି | ସେପଟେ ରାଜ୍ୟ କଂଗ୍ରେସର ଗତିବିଧିରେ ଆଉ ଆଗଭଳି ସକ୍ରିୟ ନଥିବା କିଛି ବରିଷ୍ଠ ନେତା ମଧ୍ୟ ଦଳୀୟ ଦାଇତ୍ୱ ଦେବାପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି | ଏହି ନେତା ମାନଙ୍କର ଅଧିକ ବୟସ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ପୂର୍ବ ଅନୁଭୂତିକୁ କାମରେ ଲଗାଯିବ ବୋଲି କିଛି କଂଗ୍ରେସ ନେତା AICC କୁ ପ୍ରସ୍ତାବ ଦେଇଛନ୍ତି | ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କାମାଖ୍ୟା ପ୍ରସାଦ ସିଂ ଦେଓ , ଏବଂ ଜୟଦେବ ଜେନାଙ୍କ ସମେତ ପ୍ରସାଦ ହରିଚନ୍ଦନ ଙ୍କୁ ମଧ୍ୟ ଆଉ ଅଣଦେଖା ନକରିବାକୁ ଏହି ପ୍ରସ୍ତାବରେ କୁହାଯାଇଛି | ଅନ୍ୟପକ୍ଷରେ ବାରମ୍ବାର ବିଫଳତା କାରଣରୁ ତୁରନ୍ତ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଗୋଟିଏ ଗୋଷ୍ଟି ଜୋରସୁର ଲାଗିପଡିଛନ୍ତି | ନିକଟରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀ ,ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଛନ୍ତି | AICC ତାହା ମାନିବକି ନାହିଁ ତାହତ ଭିର୍ଣ୍ଣ କଥା | ପ୍ରଦୀପ ଆଉ ଦଳ ଛାଡ଼ି ଅନ୍ୟକୁଆଡେ ଯିବେନାହିଁ ବୋଲି ତାହା ସ୍ପଷ୍ଟ କରିସାରିଛନ୍ତି | ସେପଟେ ପିପିଲି ନିର୍ବାଚନରେ କଂଗ୍ରେସ ହାରିବାପରେ ନିରଞ୍ଜନ ପଦ ଛାଡ଼ିବାପାଇଁ ନିଜଆଡୁ ପ୍ରସ୍ତାବ ଦେଇସାରିଛନ୍ତି | ଦେଶର ସର୍ବବୃହତ ଏହି ପୁରୁଣା ଦଳ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି | ନା କେନ୍ଦ୍ରରେ ନା ରାଜ୍ୟରେ ଏହା କ୍ଷମତାରେ ରହିଛି | ତେଣୁ ଆଗମୀଦିନରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ସଜାଡ଼ିବା ପାଇଁ ଏକପ୍ରକାର ପ୍ରୟାସ ଆରମ୍ଭ କରାଯାଇଛି | ଯଦିୟ ଏହା ପ୍ରାରମ୍ଭିକ ସ୍ଥତିରେ ରହିଛି ତଥାପିବି ଦଳ ଛାଡିଥିବା କିଛି ବରିଷ୍ଠ ନେତା ପୁଣିଥରେ କଂଗ୍ରେସ କୁ ଫେରି ଆସିବେ ବୋଲି ଜଣା ପଡିଛି |
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..