ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଆଇସିଏମ୍ଆର ମଙ୍ଗଳବାର ଚେତାବନୀ ଦେଇଛି | କହିଛନ୍ତି ଯଦି ହିଲ୍ ଷ୍ଟେସନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ ନକରନ୍ତି ତେବେ ପର୍ଯ୍ୟଟନ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ସୃଷ୍ଟି କରିପାରେ। ଟ୍ରାଭେଲ ମେଡିସିନ୍ ଜର୍ଣ୍ଣାଲ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, “ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯେମିତିକି ହିମାଚଳ ପ୍ରଦେଶର ମନାଲି, ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗ ଏବଂ ଆସାମ ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀମାନଙ୍କ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।” ଏହାକୁ ନିୟନ୍ତ୍ରଣ କରାନଗଲେ ଦେଶରେ କୋଭିଡ-୧୯ ର ତୃତୀୟ ତରଙ୍ଗର ଆଶଙ୍କା ବୃଦ୍ଧି ପାଇବ ବୋଲି ଆଇସିଏମ୍ଆର ଚେତାବନୀ ଦେଇଛି।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..