Report Card Odisha

| Daily Odia News

ନୋବଲ୍ ପୁରସ୍କାର ପାଇଁ ୩ ବୈଜ୍ଞାନିକ ମନୋନୀତ…..

Karl Deisseroth, Peter Hegemann and Georg Nagel are shown on the screen as they are awarded the 2026 Nobel Prize in Physiology or Medicine, as announced during a press conference at the Nobel Forum at Karolinska Institutet in Stockholm, Sweden, Oct. 5, 2026. (Pontus Lundahl/TT News Agency via AP)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୬ ବର୍ଷ ପାଇଁ ମେଡିସିନ ବର୍ଗରେ ନୋବଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା ବୈଜ୍ଞାନିକ କାର୍ଲ ଡେସେରୋଥ୍‌, ଜର୍ମାନୀ ବୈଜ୍ଞାନିକ ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍ ଯୁଗ୍ମ ଭାବେ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଡେସେରୋଥ୍ ଷ୍ଟାଣ୍ଡଫୋର୍ଡ ସ୍ଥିତ ହାୱାର୍ଡ ହ୍ୟୁଜେସ ମେଡିକାଲ ଇନଷ୍ଟିଚ୍ୟୁଟରେ ପ୍ରଫେସର ଥିବା ବେଳେ ହେଗେମ୍ୟାନ୍ ବର୍ଲିନ ୟୁନିଭରସିଟିରେ ପ୍ରଫେସର ଅଛନ୍ତି । ସେହିପରି ନାଗେଲ୍ ଜର୍ମାନୀର ୱରଜୁବର୍ଗ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ଅପ୍‌ଟୋଜେନେଟିକ୍‌ରେ ଉନ୍ନତ ଗବେଷଣା ପାଇଁ ଏହି ବୈଜ୍ଞାନିକମାନଙ୍କୁ ନୋବଲ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ନୋବଲ୍ କମିଟି ପକ୍ଷରୁ କୁହାଯାଇଛି ।

Breaking News