Report Card Odisha

| Daily Odia News

ପଚା ଅଣ୍ଡାରେ କେକ……

ରିପୋର୍ଟ କାର୍ଡ / କଟକ

ମାର୍କେଟରେ ମିଳୁଥିବା ଟେଷ୍ଟି କେକ ଖାଇଥାଉ | ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯାହାକି ଆପଣ ଜାଣିଲେ ଆଉ ଖାଇବା ପାଇଁ ଇଛା କରିବେ ନାହିଁ | ଏହାକୁ ସୁସ୍ଥ ଲୋକ ଖାଇଲେ ରୋଗ ହେବା ସୁନିଶ୍ଚିତ, ହେଲେ ଅସୁସ୍ଥ ଲୋକ ଖାଇଲେ କଣ ହେବ ତାହା ନକହିବା ଭଲ | ଏବେ ନନଭେଜ କେକ୍‌ ଖାଇବା ଆଗରୁ ଟିକେ ଭାବି ନିଅନ୍ତୁ। କେକ୍‌ରେ ମିଶିଥାଇପାରେ ପଚା ଅଣ୍ଡା । ଏକ ବେକରି ଫ୍ୟାକ୍ଟ୍ରିକୁ ଯାଉଥିବା ୧୦ ପେଟି ପଚା ଅଣ୍ଡା | ଏହି ପଚା ଅଣ୍ଡାକୁ କଟକ ମହାନଗର ନିଗମ ଜବତ କରିବା ପରେ କେକ ପଛରେ ଥିବା ଘଟଣା ସାମ୍ନାକୁ ଆସିଛି | ସୂଚନାଯୋଗ୍ୟ, ଆଜି କଟକ ମହାନଗର ନିଗମ ଏକ ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ୍ ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି। ଯେଉଁ ଗାଡ଼ିରେ ପଚା ଅଣ୍ଡା ନିଆଯାଉଥିଲା ସେହି ଗାଡ଼ିକୁ ସିଏମ୍‌ସି ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି।ଏହି ଅଣ୍ଡା ବୁଧବାର ସକାଳେ ଆଠଗଡ଼ର ବାଳି ଅଞ୍ଚଳରୁ ଏକ ଅଟୋ ଯୋଗେ ୧୦ ପେଟି ପଚାଅଣ୍ଡା ସାଆନ୍ତ ସାହିରେ ଥିବା ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ କରାଯାଉଥିବା ସିଏମ୍‌ସି ଖବର ପାଇଥିଲା। ଏହି ସମୟରେ ପୂର୍ବରୁ ଜମି ରହିଥିବା ସିଏମସି ଟିମ୍‌ କଟକରେ ଅଣ୍ଡା ଗାଡ଼ିକୁ ଅଟକାଇଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା। କିଛି ଅଣ୍ଡାରୁ ମଧ୍ୟ କୁକୁଡ଼ା ଛୁଆ ବାହାରିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ୧୦ପେଟିରେ ୨୪୦୦ ପଚା ଅଣ୍ଡା ଥିବା ଜଣାପଡ଼ିଛି।

Breaking News