ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାନ୍ଦିପୁର DRDO ଗୁପ୍ତତଥ୍ୟ ଚୋରି ମାମଲାରେ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ଥିବା ସୂଚନା ମିଳିଛି । ରହସ୍ୟମୟୀଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ରହସ୍ୟମୟୀଙ୍କର ୪ଟି ଫେସ୍ବୁକ୍ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍ ହେଉଥିଲା। ୪ଟିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ୍ ହେଉଥିଲା। ତେବେ ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ଏହି ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି।ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟରୁ କିଛି ଆକାଉଣ୍ଟ ଆକ୍ଟିଭ୍ ରହିଛି ଓ ଏହି ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି। କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି ଏଡିଜି ସୂଚନା ଦେଇଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..