ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ କର୍ମଚାରୀଙ୍କ ପାଇଁ ଖୁସିଖବର | ବୁଧବାର MITRA ସ୍କିମକୁ କ୍ୟାବିନେଟ୍ ରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ । ଏହାବ୍ୟତୀତ ରେଳ କର୍ମଚାରୀ ଙ୍କୁ ୭୮ ଦିନର ବୋନସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା । କ୍ୟାବିନେଟ୍ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅନୁରାଗ ।

ଅପରପକ୍ଷେ ପିୟୁଷ ଗୋଏଲ୍ କହିଛନ୍ତି ଯେ, କପଡା ଉଦ୍ୟୋଗରେ ରପ୍ତାନୀକୁ ପ୍ରେତ୍ସାହନ ଦେବା ଲାଗି ସରକାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୬ଟି ନିଷ୍ପତ୍ତି ହୋଇଥିବା ବେଳେ ଆଜି ଆଉ ଗୋଟିଏ ନିଷ୍ପତ୍ତି ହୋଇଛି । ୭ଟି ଟେକ୍ସଟାଇଲ୍ ପାର୍କ ଲାଗି ୧୦ ରାଜ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପାର୍କ ତିଆରି ହେଲେ ୭ ଲକ୍ଷ ପ୍ରତ୍ୟକ୍ଷ ଓ ପରାେକ୍ଷ ଭାବେ ୧୪ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହି ପାର୍କ ୧୦୦୦ ଏକରର ପରିବ୍ୟାପ୍ତ ହେବାକୁ ଥିବା ବେଳେ ତିଆରି ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..