Report Card Odisha

| Daily Odia News

ଉତ୍ତରପ୍ରଦେଶ କଣ ପାକିସ୍ତାନରେ କି:ସଞ୍ଜୟ ରାଉତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ଦେଶରେ ରାଜନୀତି ଜୋରଧରିଛି | ହିଂସାକାଣ୍ଡ ପ‌ରେ ବିରୋଧୀ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ନମଳିବା ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯିବା ପରେଏହି ଘଟଣାକୁ ନେଇ ବିଜେପିକୁ ସମାଲୋଚନା କଲେ ଶିବସେନା ସାଂସଦ ସଞ୍ଜୟ ରାଉତ। ଉତ୍ତରପ୍ରଦେଶ ପାକିସ୍ତାନରେ ଅଛି କି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ଲଖିମପୁର ହିଂସାକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସଞ୍ଜୟ ରାଉତ କହିଛନ୍ତି ଯେ, ଲଖିମପୁର ଖେରିରେ ସିଆରପିସିର ଧାରା ୧୪୪ଲାଗୁ କରାଯାଇଛି | ସରକାର ଲକ୍ଷ୍ନୌରେ ବିରୋଧୀ ଦଳମାନଙ୍କୁ ଗିରଫ କରୁଛନ୍ତି। ଏହା କି ପ୍ରକାର ନିୟମ? ୟୁପି ପାକିସ୍ତାନରେ ଅଛି କି ଯେଉଁଠିକୁ ଭାରତୀୟମାନଙ୍କ ଯିବା ଉପରେ ରୋକ ଲଗାଯାଉଛି? ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ପ୍ରତିବନ୍ଧକ ଲାଗିଛି। ଏହା ଏକ ନୂଆ ଲକଡାଉନ କି? ପ୍ରଶାସନ ହେଉଛି ଶାସକ ଦଳର ଏକ ବନ୍ଦୀ ପାରା ପରି। ସରକାର ଯାହା ନିର୍ଦ୍ଦେଶ ଦିଅନ୍ତି ସେମାନେ ତାହା ଅନୁସରଣ କରନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି, ରାହୁଲ ଗାନ୍ଧୀଙ୍କୁ ବିମାନରେ ଅଟକାଯାଉଛି, ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆସିବାକୁ ଅନୁମତି ମିଳୁନାହିଁ। ସେମାନେ କେଉଁ ଅପରାଧ କରିଛନ୍ତି? ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ। ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଥିଲେ ସଞ୍ଜୟ।

Breaking News