Report Card Odisha

| Daily Odia News

ସ୍ବାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି…..

The Prime Minister, Shri Narendra Modi addressing at the joint SCO-CSTO Outreach Summit on Afghanistan, through video conferencing, in New Delhi on September 17, 2021.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୁଧବାର ମଧ୍ୟପ୍ରଦେଶରେ ସ୍ବାମୀତ୍ୱ ଯୋଜନାର ହିତାଧିକାରୀଙ୍କ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ୧୯ଟି ଜିଲ୍ଲାରେ ୩୦୦୦ ଗାଁରେ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିଛନ୍ତି | ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ମତ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ମଧ୍ୟପ୍ରଦେଶର ୩୦୦୦ ଗାଁର ୧.୭୦ ଲକ୍ଷରୁ ଅଧିକ ପରିବାର ଗ୍ରହଣ କରିଥିବା ଇ-ପ୍ରପର୍ଟି କାର୍ଡ ସେମାନଙ୍କ ସମୃଦ୍ଧିର ସାଥୀ ହେବ। ଏହି ଲୋକମାନେ ଡିଜି-ଲକର ମାଧ୍ୟମରେ ମୋବାଇଲରେ ସେମାନଙ୍କର ସମ୍ପତ୍ତି କାର୍ଡ ଡାଉନଲୋଡ କରିପାରିବେ। ସ୍ବାମୀତ୍ୱ ଯୋଜନା କେବଳ ଆଇନଗତ ଦଲିଲ ଯୋଗାଇବା ପାଇଁ ଏକ ଯୋଜନା ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଦେଶର ଗ୍ରାମରେ ବିକାଶ ତଥା ବିଶ୍ୱାସ ପାଇଁ ଏହା ଏକ ନୂତନ ମନ୍ତ୍ର ବୋଲି ସେ କହିଛନ୍ତି।

Breaking News