ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେଉଛି ପବିତ୍ର ନବରାତ୍ରୀ ପର୍ବ। ଏହି ନବରାତ୍ରୀ ପର୍ବ ୯ଦିନ ଧରି ପାଳନ କରାଯିବ । ତେବେ ନବରାତ୍ରୀର ପ୍ରଥମ ଦିନରେ ମାଁ ଶୋଳପୁତ୍ରୀଙ୍କ ପୂଜା ଅର୍ଚ୍ଚନା କରାଯାଏ । ମାଆ ଶୋଳପୁତ୍ରୀ ହେଉଛି ସୌଭାଗ୍ୟ ଦେବୀ । ତାଙ୍କର ପୂଜା କଲେ ସମସ୍ତ ବାଧା ବିଘ୍ନ ହଟି ସୁଖ ପ୍ରାପ୍ତ ହୁଏ। ତେବେ ୯ ଦିନ ମାଆ ଦୁର୍ଗାଙ୍କ ନଅଟି ଭିନ୍ନ ରୂପରେ ପୂଜା କରାଯିବ । ଏଥର ନବରାତ୍ରୀ ୯ଦିନ ପରିବର୍ତ୍ତେ ଆଠ ଦିନ ହେବ। ଏହାର କାରଣ ହେଉଛି ଚୈତନ୍ୟ ଏବଂ ପଞ୍ଚମି ତିଥୀ ଏକାଠି ପଡ଼ୁଛନ୍ତି । ୧୫ ଅକ୍ଟୋବରରେ ଦଶହରା ପାଳନ କରାଯିବ। ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ପାଇଁ ନବରାତ୍ରୀ ବିଶେଷ ଭାବରେ ଶୁଭ ଅଟେ । ନବରାତ୍ରୀ ଚିତ୍ରା ନକ୍ଷତ୍ର ଏବଂ ବୈଧୃତି ଯୋଗରେ ଆରମ୍ଭ ହେବ, ତେଣୁ ଅଭିଜିତ୍ ମୁହୂର୍ତରେ କରିବା ସବୁଠାରୁ ଶ୍ରେଷ୍ଠ ରହିବ। ଏଥିପାଇଁ ନବରତ୍ରୀରେ ଚାରିଥର ରବି ଯୋଗ ରହିବ । ଏହି ଯୋଗ ପ୍ରଗତି ଏବଂ ସମୃଦ୍ଧି ପ୍ରଦାନ କରେ। ନବରାତ୍ରୀ ସମୟରେ ସମସ୍ତ ପ୍ରକାର ଘର, ଜମି, ଯାନ ବାହାନ, ଅଳଙ୍କାର, ପୋଷାକ, ରତ୍ନ କିଣିବା ଶୁଭ ବୋଲି ବିବେଚନା କରାଯାଏ । ତେବେ ଚତୁର୍ଥୀ ଏବଂ ପଞ୍ଚମୀ ଏକାଠି ଥିବାରୁ କୁଶମଣ୍ଡା ମାତା ଏବଂ ସ୍କନ୍ଦମାତାଙ୍କୁ ଏକାଠି ପୂଜା କରାଯିବ। ଶୁକ୍ରବାର ଦିନ ବ୍ରହ୍ମଚରିଣୀ, ଶନିବାର ଦିନ ମାତା ଚନ୍ଦ୍ରଗାନ୍ତ, ମାତା କୁଶମଣ୍ଡା ଏବଂ ମାତା ସ୍କନ୍ଦମାତା, ସୋମବାର ଦିନ କତାୟାନୀ, ମଙ୍ଗଳବାର ଦିନ ମା କାଳରାତ୍ରୀ, ବୁଧବାର ଦିନ ମା ମହାଗୌରୀ, ଗୁରୁବାର ଦିନ ମା ସିଦ୍ଧିଦାତ୍ରୀ ଙ୍କ ପୂଜା କରାଯାଏ । ଅକ୍ଟୋବର ୧୫ ତାରିଖ ଶୁକ୍ରବାର ଦିନ ନବରାତ୍ରୀ ବ୍ରତର ପାଳନ କରାଯିବ ଏବଂ ଦଶହରା ପାଳନ କରାଯିବ। ଯେଉଁମାନେ ବିଶ୍ବାସ, ଭକ୍ତି ସହିତ ମାତାଙ୍କୁ ଉପାସନା କରନ୍ତି ସେମାନଙ୍କ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ ।






More Stories
ଦିନଟି ଶୁଭ ଅଟେ…..
ଆତ୍ମବିଶ୍ୱାସ ବଢ଼ିବ…..
ଦିନଟି ବହୁତ ଶୁଭ…..