ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବସେଇ ଜାଗାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା। ଗତ ୭ ଦିନ ହେଲାଣି ସଂକ୍ରମଣ ଉପର ତଳ ହେଉଛି। ମାତ୍ର ଭୁବନେଶ୍ୱରରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି। ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ସଂକ୍ରମଣ ବୃଦ୍ଧି ର୍ନିଭର କରୁଛି ବୋଲି ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..