ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ୮୧ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ ପରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ବିଦ୍ୟାଭାରତୀଙ୍କ ନାଁରେ ଆଇପିସି ୨୮୫, ୩୦୪-ଏ ଦଫା ଲାଗିଛି । ସିବିଆଇ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି । ଏହା ସହ ମାମଲାରେ ବିଦ୍ୟାଭାରତୀ ହିଁ ଘଟଣାର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।






More Stories
ଆଜିଠୁ ପ୍ରବଳ ବର୍ଷୀବ….
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..