ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୧ ତାରିଖରୁ କମିଶନରେଟ୍ ପୋଲିସ ଅଞ୍ଚଳରେ ଆରମ୍ଭ ହେବ ନାଇଟକର୍ଫ୍ୟୁ । ପାର୍ବଣ ଆରମ୍ଭ ହୋଇ ଯାଇଥିବ ରୁ ଭିଡ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଏଭଳି ପଦକ୍ଷେପ ନେଇଛନ୍ତି । ପାର୍ବଣରେ କରୋନା ସଂକ୍ରମଣ ଏଡ଼ାଇବାକୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହି କଟକଣା ରାତି ୮ଟାରୁ ସକାଳୁ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ପାର୍ବଣ ବେଳେ ପୁଲିସ୍ ରାଡାରରେ ରହିବେ ଅପରାଧୀ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିୟମ ମାନିବାକୁ ନିବେଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୋଲିସନ କମିଶନର । କହିଛନ୍ତି ଯେ, ବିଗତ ଦିନର ନାଇଟ କର୍ଫ୍ୟୁ ଢାଞ୍ଚାରେ ଜାରି ରହିବ କଟକଣା । ନାଇଟକର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ କଡ଼ା ନଜର ରହିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଅଭ୍ୟାସଗତ ଅପରାଧିଙ୍କୁ ଧରିବା ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ କରାଯିବ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..