ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ପେଜ୍ରେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ହଇଛଇ ସୃଷ୍ଟି କରିଛି । ଅନୁଭବ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟଥାନ୍ତି । ନିଜର ନିର୍ବାଚନ ମଣ୍ଡଳୀର କୌଣସି ପ୍ରସଙ୍ଗ ହେଉ କିମ୍ବା ରାଜ୍ୟ , ଜାତୀୟ ସ୍ତରର ଖବର ଉପରେ ମଧ୍ୟ ସେ ନଜର ରଖନ୍ତି | ଅନୁଭବ ସେୟାର କରିଥିବା ଫଟୋରେ ଘନିଷ୍ଠ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହିତ ରେଷ୍ଟୁରାଣ୍ଟରେ ବସି ଖାଉଛନ୍ତି | ଜାଗୃତି-ଅନୁଭବ ଉଭୟ ଡିନର କରୁଥିବା ଏହି ଫଟୋରେ ନଜର ଆସୁଛନ୍ତି। କେବଳ ଫଟୋ ସେୟାର କରିଛନ୍ତି ତାହା ନୁହେଁ ବରଂ ଫଟୋରେ ଅନେକ ମନର କଥା ଲେଖିଛନ୍ତି। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋ ନେଇ ୟୁଜର୍ସମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, କ’ଣ ନୂଆ ଭାଉଜ ମିଳିଗଲେ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆମେ ଏହାକୁ ଅପେକ୍ଷା କରିଥିଲୁ। ସେହିପରି ଅନେକ ୟୁଜର୍ସ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ବାନ୍ଧବୀ ଜଣକ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖାଇବା ବେଳର ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..