ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀକୁ ହାଇ ଆଲର୍ଟ ଜାରି କରାଯାଇଛି | ପାର୍ବଣରରେ ଦିଲ୍ଲୀକୁ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆତଙ୍କବାଦେୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ଦିଲ୍ଲୀର ସୁରକ୍ଷା ପାଇଁ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ବଜାର, ରାସ୍ତାଘାଟ, ପାର୍କ, ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଆଦିରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ହୋଟେଲ ଏବଂ ଗେଷ୍ଟ ହାଉସ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଭଡ଼ାଟିଆଙ୍କ ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପାର୍ବଣରେ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ପୋଲିସ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିଛି। ନବରାତ୍ରୀ ଉତ୍ସବ ଅବସରରେ ସ୍ଥାନୀୟ ବଜାର ଏବଂ ମନ୍ଦିରଗୁଡ଼ିକରେ ଭିଡ ଉପରେ ପୋଲିସ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି । ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପାକିସ୍ତାନର ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍ କରି ୭ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନେ ପାର୍ବଣରେ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ପଚରାଉଚରା ସମୟରେ ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..