ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶନିବାର ଅପହରଣ ହୋଇଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ମିଳିଥିଲା | ଏହା ପରେ ଖୋଳତାଡ଼ କରୁଛି ପୋଲିସ୍। ମନୀଷ ପାତ୍ରପଡ଼ାକୁ କିପରି ଆସିଲେ | ଅପହରଣ ପଛରେ କିଏ କିଏ ସଂପୃକ୍ତ ସେ ସବୁକୁ ଛାନଭିନ୍ କରାଯାଉଛି । ମନୀଷଙ୍କ କାର୍ ଇନଫୋସିଟି ଅଞ୍ଚଳରୁ ମିଳିଛି। ଶନିବାର ସେ ଇନଫୋସିଟି ଅଞ୍ଚଳରୁ କେଉଁ ଆଡ଼େ ଯାଇଥିବା ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ସେ ଦିଗକୁ ବି ଏବେ ତଦନ୍ତ କରାଯାଉଛି। ରବିବାର ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ରବିବାର ପ୍ରାୟ ଦିନ ଗୋଟାଏ ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ତାଙ୍କ ନାକ ଓ କାନରୁ ରକ୍ତ ବାହାରୁଥିଲା। ପୋଖରୀରୁ ମନୀଷଙ୍କ ମନିପର୍ସ, ଟଙ୍କା, ଚିଠି ଓ ଚପଲ ଜବତ ହୋଇଛି। ୨ ଜଣ ଯୁବକ ମନୀଷଙ୍କୁ କାରରେ ଉଠାଇ ନେଇଥିବା ଅଭିଯୋଗ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାତିରେ ସେହି ଦୁଇ ଯୁବକ ମନୀଷଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ। ତେବେ ସେହି ଦୁଇ ଯୁବକ କିଏ | ମନୀଷଙ୍କ ସହ ସେମାନଙ୍କର କଣ ସମ୍ପର୍କ | ଏସବୁ ଦିଗକୁ ନେଇ ଡିସିପିଙ୍କ ନେତୃତ୍ୱରେ ତମାଣ୍ଡୋ ଓ ଇନଫୋସିଟି ଥାନା ପୋଲିସ ତଦନ୍ତ କରୁଛି। ପୋଖରୀ ନିକଟରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି ପୋଲିସ। ଅନ୍ୟପଟେ ମନୀଷଙ୍କ କାର ଇନଫୋସିଟି ଅଞ୍ଚଳରୁ ମିଳିଛି। ପୋଲିସ ସମସ୍ତ ତଥ୍ୟ ପ୍ରମାଣକୁ ଏକାଠି କରି ଯାଞ୍ଚ କରୁଥିବା ସୂଚନା ମିଳିଛି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..