ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ଆଇନ୍ରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ୍ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଏହି ଆଇନ୍ ଅନୁସାରେ, ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ। ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେକୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ଓ୍ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆସନ୍ତାବର୍ଷର ଦ୍ୱିତୀୟାର୍ଦ୍ଧରେ ପୌର ନିର୍ବାଚନ ସମ୍ଭାବନା ରହିଛି। ୨୦୧୮ରୁ ରାଜ୍ୟରେ ପୌରାଞ୍ଚଳରେ ନିର୍ବାଚନ ପରିଷଦର କାର୍ଯ୍ୟକାଳ ଶେଷ ହୋଇ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ହୋଇ ପାରିନାହିଁ। ନିର୍ବାଚନ ହୋଇନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..