Report Card Odisha

| Daily Odia News

ଆର୍ଯ୍ୟନ୍‌ ଙ୍କ ସହ ସେଲ୍ଫିନେଇ ଫସିଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫସିଲେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି। ତାଙ୍କ ନାଁରେ ସାମ୍ନାକୁ ଆସିଛି ସଙ୍ଗିନ ମାମଲା। ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ମୁମ୍ବାଇ କ୍ରୁଜ ଡ୍ରଗ୍ସ ଏବଂ ରେଭ ପାର୍ଟି ମାମଲାରେ ଏନସିବି କିଛି ସାକ୍ଷୀ ପ୍ରାଣ ଆଣିଥିଲା। ସେଥିରୁ ଜଣେ ସାକ୍ଷୀଙ୍କ ନାମ ହେଉଛି କିରଣ ଗୋସାଭି ଓରଫ କେ.ପି ଗୋସାଭି। ଆର୍ଯ୍ୟନଙ୍କ ସହ କିରଣ ଗୋସାଭିଙ୍କ ନେଇଥିବା ସେଲଫି ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଏବେ ସେହି କିରଣ ଗୋସାଭିଙ୍କ ନାଁରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି। କିରଣ ଗୋସାଭି ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଚାକିରି କରାଇଦେବା ନାଁରେ ପାଲଘରର ଦୁଇ ଜଣ ଯୁବକଙ୍କୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଯୁବକମାନେ ୨୦୧୮ରେ କେଲଭେ ପୋଲିସ ଷ୍ଟେସନରେ ଗୋସାଭିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋସାଭିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସୂଚନା ମୁତାବକ, କିରଣ ଗୋସାଭି ନିଜ ଫେସବୁକ୍‌ ପେଜ୍‌ରେ ମାଲେସିଆରେ ଚାକିରି ପାଇଁ ବିଜ୍ଞାପନ ବାହାର କରିଥିଲେ। ଏହି ବିଜ୍ଞାପନ ପଢ଼ି ମୁମ୍ବାଇ ପାଲଘର ଜିଲ୍ଲାର ଉତ୍କର୍ଷ ତରେ ଏବଂ ଆଦର୍ଶ କିଣି ନାମକ ଦୁଇ ଜଣ ଯୁବକ କିରଣଙ୍କ ସହ ସମ୍ପର୍କ କରିଥିଲେ। ଗୋସାଭି କୁଆଲାଲମ୍ପୁରର ଏକ ବଡ ହୋଟେଲରେ ଚାକିରି କରାଇ ଦେବା ନାଁରେ ଉଭୟ ଯୁବକଙ୍କ ଠାରୁ ୧ଲକ୍ଷ ୬୫ ହଜାର ଟଙ୍କା ନେଇଥିଲେ। ଏହି ଟଙ୍କା ଅନଲାଇନରେ ଟ୍ରାନ୍ସଫର କରାଯାଇଥିଲା। ଏହା ପରେ, ଡିସେମ୍ବର ୨୦୧୮ରେ, ଉଭୟ କୁଆଲାଲମ୍ପୁର ଯିବାକୁ କୋଚି ବିମାନବନ୍ଦରରେ ପହଞ୍ଚିଥିଲେ। ହେଲେ ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଯେଉଁ ଟିକେଟ୍ ଏବଂ ଭିଜା ମିଳିଛି ତାହା ନକଲି। ଏହା ପରେ ଦୁହେଁ କିରଣ ଗୋସାଭିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗୋସାଭି ଫୋନ୍ ଉଠାଇ ନଥିଲେ। ଏନେଇ ଉଭୟ ଯୁବକ କିରଣଙ୍କ ନାଁରେ ପାଲଘର ପୁଲିସ ଷ୍ଟେସନରେ ଠକେଇ ଅଭିଯୋଗ କରିଥଇଲେ। କିନ୍ତୁ ଏଯାଏଁ ଏହି ମାମଲାର ଏଫ୍‌ଆଇଆର୍‌ ରୁଜୁ କରାଯାଇ ନାହିଁ। କେବଳ ଏହି ଗୋଟିଏ ମାମଲା ନୁହେଁ, ପୁଣେର ଅନ୍ୟ ଜଣେ ଯୁବକ ମଧ୍ୟ କିରଣ ଗୋସାଭିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟରେ ଗୋସାଭିଙ୍କ ବିରୋଧରେ ଚାରୋଟି ଭିନ୍ନ ଭିନ୍ନ ଏଫ୍ଆଇଆର୍ ରୁଜୁ ହୋଇଛି।

Breaking News