ରିପୋର୍ଟ କାର୍ଡ / ଭବାନୀପାଟଣା
ଆଜି କଳାହାଣ୍ଡିର ଜିଲ୍ଲାର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କର ଛତର୍ ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଛତର୍ ଯାତ୍ରାରେ ସାମିଲ ହୁଅନ୍ତି। କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର୍ ଯାତ୍ରା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଜଉଆସରେ ଥିବା ମାଣିକେଶ୍ୱରୀଙ୍କ ପୀଠରେ ମଧ୍ୟ ରାତ୍ରିରେ ମା’ଙ୍କ ପୂଜା ହୋଇଛି ଓ ତାଙ୍କ ଛତର୍କୁ ଜେନାଖାଲକୁ ନିଆଯାଇଛି। ସେଠାରେ ମଧ୍ୟ ଗୁପ୍ତ ପୂଜା ହୋଇଛି। ଏହାପରେ ମା’ଙ୍କ ବିଜୟ ପ୍ରତିମା ଛତର୍ ଜେନାଖାଲରୁ ମନ୍ଦିରକୁ ଆସିବେ। ଏଥର କିନ୍ତୁ ଏହାର ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ। ଛତର୍ ଯାତ୍ରା ସମୟରେ ଭକ୍ତମାନେ ବଳି ମଧ୍ୟ ଦେଇଥାନ୍ତି। ତେବେ ଏହାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ସହିତ ନିବେଦନ ମଧ୍ୟ କରିଛି।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..