Report Card Odisha

| Daily Odia News

ରେଡ୍ ଜୋନ୍‌କୁ ଗଲା ଖୋର୍ଦ୍ଧା ଜିଲ୍ଲା….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ | ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମଣ ରହିଛି | ତେଣୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ୍ କୁ ଆସିଛି । ପଜିଟିଭ୍ ରେଡ୍ ଏବଂ ଆକ୍ଟିଭ୍ କେସ୍ କୁ ଦେଖି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଦୈନିକ ୪୦୦ରୁ ୬୦୦ ସଂକ୍ରମଣ ରହୁଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏବେ ଦୈନିକ ସଂକ୍ରମଣ ୪ଶହରୁ ବଢି ୬ଶହ ରହୁଛି । ଏହା ନିହାତି ଭାବେ ଚିନ୍ତାଜନକ । ଟେଷ୍ଟ ପଜିଟିଭ୍ ରେଟ୍, ଆକ୍ଟିଭ୍ କେସକୁ ଦେଖି ଆମେ ରେଡ୍ ଜୋନ୍ କରୁଛୁ । ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା ବୋଲି ଡ଼ିଏମଇଟି କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୩୨୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୯୭୬୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୮୨୭୯୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

Breaking News