ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲାନି ଜାମିନ୍ । ତାଙ୍କ ଓକିଲ ସିଜେଏମ୍ କୋର୍ଟରେ କରିଥିବା ଆବେଦନକୁ କୋର୍ଟ ଖାରଜ୍ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କ ଓକିଲ ଏବେ ଜିଲ୍ଲା ଅଦାଲତରେ ଆବେଦନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ପୂର୍ବରୁ ତାଙ୍କୁ କୋର୍ଟ ତିନି ଦିନିଆ ରିମାଣ୍ଡରେ ପଠାଇଥିଲେ । ସୋମବାର ସକାଳେ ଭିଡିଓ କନଫରେନ୍ସିଂରେ ଆଶିଷ ମିଶ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଆଶିଷଙ୍କୁ ପୋଲିସ ରିମାଣ୍ଡରେ ପଠାଇବାକୁ ନିଷ୍ପତ୍ତି ଶୁଣାଇଥିଲେ। ଏସଆଇଟି ଆଶିଷଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଦାବି କରିଥିଲା। ହେଲେ କୋର୍ଟ ତିନି ଦିନ ରିମାଣ୍ଡ ଦେଇଥିଲେ। ତାଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୨ରୁ ଆରମ୍ଭ ହେଉଛି। ଅଦାଲତ ରିମାଣ୍ଡ ମଞ୍ଜୁର କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଥିଲେ। ଓକିଲଙ୍କ ଅନୁଯାୟୀ ପଚରା ଉଚୁରା ସମୟରେ ଆଶିଷଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିବେ। ମେଡିକାଲ ଚେକ୍ ଅପ ପରେ ଆଶିଷଙ୍କୁ ପୋଲିସ ହେପାଜତରେ ନେବ। ଜେଲ୍ରେ ଭର୍ତ୍ତି ସମୟରେ ମଧ୍ୟ ମେଡିକାଲ ଚେକ୍ ଅପ୍ କରାଯିବ। ଏହା ବ୍ୟତୀତ ଏସଆଇଟି ଦୂରରୁ ଆଶିଷଙ୍କୁ ଜେରା କରିବ ବୋଲି କୋର୍ଟ କହିଥିଲେ । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀ ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଥିଲା। ଏସଆଇଟି କହିବା କଥା ଯେଉଁ ଜିପ୍ରେ କୃଷକଙ୍କ ଉପରେ ଚଢା ଯାଇ ହତ୍ୟା କରାଯାଇଥିଲା, ସେହି ଗାଡିକୁ ଆଶିଷ ମିଶ୍ର ଚଲାଉଥିଲେ। ମାମଲା ରାଜନୀତିର ରୂପ ମଧ୍ୟ ନେଇ ସାରିଛି। ଆଶିଷଙ୍କୁ ଜେରା ପାଇଁ ସମନ ଜାରି କରାଯାଇଥିଲା। ଶନିବାର ଦୀର୍ଘ ୧୨ ଘଣ୍ଟାର ପଚରା ଉଚୁରା ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା। ଏସଆଇଟି ଅଭିଯୋଗ କରିଥିଲା ଯେ, ଆଶିଷ ତଦନ୍ତରେ ସହଯୋଗ କରୁ ନାହାନ୍ତି। ଏସଆଇଟି ଆଶିଷଙ୍କ ମୋବାଇଲ୍ ନିଜ କବଜାକୁ ନେଇ ତଦନ୍ତ ଜାରି ରଖିଛି।
More Stories
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..