ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକରେ ଥିବା ମଧୂସୂଦନ ଆଇନ କଲେଜକୁ ବୁଧବାର ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ପକ୍ଷରୁ ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଛନ୍ତି । ମାନ୍ୟତା ପ୍ରଦାନ କରାଯିବା ସହିତ ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ ମଧ୍ୟ କରାଯାଇଥିବା ଜଣାପଡିଛି । ୟୁଜିସି ନିୟମ ଅନୁଯାୟୀ ଖୁବଶୀଘ୍ର ମଧୂସୂଦନ ଆଇନ କଲେଜକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବ ।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..