Report Card Odisha

| Daily Odia News

ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ ପୂଜା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମଣ୍ଡପରେ ମା ଜଗତ୍ଜନନୀ ମହାମୟାଙ୍କ ମହାନବମୀ ପୂଜା। ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି । ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ ଥିବାରୁ ଫେସ୍ ବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି। ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡ଼ିକ ଆବଦ୍ଧ କରି ଦିଆଯାଇଛି। ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ଚାଲିଛି ନବମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ପୂଜା ଚାଲିଛି କିନ୍ତୁ ଭକ୍ତଙ୍କ ଦେଖାନାହିଁ । କାରଣ କରୋନା କଟଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି ।

Breaking News