ରିପୋର୍ଟ କାର୍ଡ / କଟକ
ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଶନିବାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି । ଆଜି ସକାଳ ପ୍ରାୟ ୬ଟା ୩୦ ବୋଳେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଈ ବନ୍ଧରେ ପୋଲିସର ତାକୁ ପିଛା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ଏହାପରେ ପୋଲିସର ଗୁଳିମାଡ଼ରେ ସେ ଆହତ ହୋଇଛି । ରାକା ନାଁରେ ରହିଛି ଏକାଧିକ ଅପରାଧିକ ମାମଲା।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..