Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୦୯ ଓ ସ୍ଥାନୀୟ ସଂକ୍ରମିତ ୧୪୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଅନୁଗୁଳରୁ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୮, ବଲାଙ୍ଗୀର ୪, ବଉଦ ୧ ଓ କଟକରୁ ୧୫ ଚିହ୍ନଟ ହୋଇଛନ୍ତି । ସେହିଭଳି ଦେବଗଡରୁ ୧, ଗଜପତି ୭, ଗଞ୍ଜାମ ୧, ଜଗତସିଂହପୁର ୮, ଯାଜପୁର ୧୧, କେନ୍ଦ୍ରାପଡା ୧୩ ଓ କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୮୬, କୋରାପୁଟ ୨, ମୟୁରଭଞ୍ଜ ୧୧, ନୟାଗଡ ୩, ପୁରୀ ୯, ରାୟଗଡା ୫ ଓ ସମ୍ବଲପୁରରୁ ୪ ଚିହ୍ନଟ ହୋଇଛନ୍ତି । ସୋନପୁରରେ ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୫୩୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୫୧୧୯ ଜଣ କରୋନା ରୋଗୀ ରହିଛନ୍ତି । ମୃତ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

 

 

Breaking News