ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ଝାନସୀ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୭ ଜଣ ମହିଳା ଏବଂ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଚିରାଗାଓଁ ଅଞ୍ଚଳର ଭଣ୍ଡେରା ରାସ୍ତାରେ ତୀର୍ଥଯାତ୍ରୀମାନେ ଦଶହରା ପୂଜା ପରେ ନିଜ ଗାଁକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ହଠାତ ଟ୍ରାକ୍ଟର ଆଗକୁ ଏକ ଗାଈ ପଶି ଆସିବାରୁ ତାକୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଦିଗ ବଦଳାଇବାକୁ ଚେଷ୍ଟା କରିବାରୁ ଏଭଳି ଘଟିଥିବା ପୁଲିସ କହିଛି। ଗୁରୁତର ଆହତ ୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୩୦ ଜଣ ତୀର୍ଥଯାତ୍ରୀ ଦଶହରା ପୂଜା ଦେଖି ଫେରୁଥିଲେ ଓ ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..