Report Card Odisha

| Daily Odia News

‘ପିଲାଙ୍କ ଭବିଷ୍ୟତକୁ ନେଇ ଖେଳିହେବନି’:ଡିଏମଇଟି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁର୍ଗାପୂଜା ପରେ ଅଷ୍ଟମ ଓ ଏକାଦଶ କ୍ଲାସ୍ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ତେହେ ଏହି ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ ଖୋଲିଗଲାଣି । ତେଣୁ ଓଡିଶାରେ ପର୍ଯ୍ୟାୟକ୍ରମେ ଖୋଲୁଛି । ଆଗକୁ ଯଦି ନିୟମ ପାଳନ ଠିକରେ ନ ହୁଏ କିମ୍ବା କିଛି ସେପରି ପରିସ୍ଥିତି ଆସେ ତେବେ ପୁଣି ସ୍କୁଲ ବନ୍ଦ କରାଯିବ ବୋଲି ଡିଏମଇଟି କହିଛନ୍ତି । ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରିବେ । ସ୍କୁଲ ପିଲାଙ୍କର କ’ଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ । ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବେ । ସ୍କୁଲ ପିଲାଙ୍କୁ ଟିକା ଦିଆଯାଇନାହିଁ । ଆଉ ଏବେ ସ୍କୁଲ ଖୋଲୁଛି । ତେଣୁ ବଡ଼ ଲୋକଙ୍କଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତଙ୍କୁ ସଚେତନ ହେବା ଜରୁରୀ । ସ୍କୁଲରେ ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ବୋଲି ଡିଏମଇଟି କହିଛନ୍ତି ।

 

Breaking News