ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲିଫ୍ଟ ଦେବା ବାହାନାରେ ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି | ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ | ଏପରିକି ବୃଦ୍ଧାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ସମ୍ପୃକ୍ତ ମହିଳା ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ସେହି ବାଟ ଦେଇ ବାଇକ୍ରେ ଯାଉଥିବା ୨ ଯୁବକ ତାଙ୍କୁ ଗାଁରେ ଛାଡି ଦେବେ ବୋଲି କହିଥିଲେ। ଆଉ ଗାଡ଼ିରେ ତାଙ୍କୁ ବସାଇ ଥିଲେ। ଏହାପରେ ମହିଳାଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ସମ୍ବେଦନଶୀଳ ସ୍ଥାନରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ନଦୀ କୂଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉକ୍ତ ମହିଳାଙ୍କ ଘର ଶୁକୃଳି ବ୍ଲକ୍ ଅନ୍ତର୍ଗତ ଏକଘରିରେ ବୋଲି ଜଣାପଡିଛି ।






More Stories
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….
ରାଜଧାନୀରେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା…..