ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି। ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୩ ପଇସା ବଢ଼ି ୯୩ ପଇସାରୁ ୯୬ ପଇସା ହୋଇଛି। ଡିଲକ୍ସ ବସରେ ଏଣିକି ଯାତ୍ରୀ ଅଧିକ ୬ ପଇସା ଦେବେ । ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧.୨୯ ପଇସାରୁ ବଢ଼ି ୧ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ବସରେ ଗଲେ ଯାତ୍ରୀମାନେ ୧ଟଙ୍କା ୫୭ ପଇସା ବଦଳରେ ଏଣିକି କିଲୋମିଟର ପ୍ରତି ୧ଟଙ୍କ ୬୩ ପଇସା ହିସାବରେ ଗଣିବେ। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମିଟର ପ୍ରତି ୯ ପଇସା ବଢ଼ିଛି । ପୂର୍ବରୁ ଏହି କାଟାଗୋରୀ ବସରେ କିଲୋମିଟର ପ୍ରତି ଭଡ଼ା ଥିଲା ୨ଟଙ୍କା ୪୪ ପଇସା । ଏବେ ୨ଟଙ୍କା ୫୩ ପଇସା ହୋଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ। ତୈଳ ଦର ବୃଦ୍ଧି ପରେ ଅଟୋମେଟିକ୍ ମେକାନିଜିମ୍ ଆଧାରରେ ବସ୍ ଭଡ଼ା ବୃଦ୍ଧି ହୋଇଛି |






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..