ରିପୋର୍ଟ କାର୍ଡ / ରାୟପୁର
ଛତିଶଗଡର ରାଜଧାନୀ ରାୟପୁର ରେଳ ଷ୍ଟେସନରେ ଥିବା ଏକ ଟ୍ରେନରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ରେ ୬ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ, ସିଆରପିଏଫର ୨୧୧ ବି ବାଟାଲିୟନର ଯବାନମାନେ ଏକ ସ୍ୱତନ୍ତ୍ର ଟ୍ରେନରେ ଜମ୍ମୁ-କାଶ୍ମୀର ଯାଉଥିଲେ । ସେହି ସମୟରେ ବଗିରେ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା । ଗ୍ରେନେଡକୁ ଟ୍ରେନ ବଗିରେ ରଖାଯାଉଥିଲା । ଏଥିରେ ଜଣେ ସିଆରପିଏଫ ହାବିଲଦାର ଗୁରୁତର ହୋଇଛନ୍ତି । ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଁଚିଛନ୍ତି । ଘଟଣାର ତଦନ୍ତ ଆମ୍ଭ ହୋଇଥିବା ସୂଚନା ମିଳିଛି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..