ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଳିବାନ ଶାସନ କାଳରେ ମହିଳା ଓ କନ୍ୟା ସନ୍ତାନ ସୁରକ୍ଷିତ ନୁହନ୍ତି। ତାଲିବାନ ଏମଙ୍କର ସବୁ ଅଧିକାରରୁ ବଂଚିତ କରିଥାଏ | ସର୍ବଦା ମହିଳା ଓ ବାଳିକାଙ୍କ ଶିକ୍ଷାର ବିରୋଧ କରିଥାଏ ତାଲିବାନ। ହେଲେ ଇତିମଧ୍ୟରେ ଜାତିସଙ୍ଘ ଅଧିକାରୀମାନେ ଆଶ୍ୱସ୍ତ ହଲା ଭଳି ଏକ ଖବର ଦେଇଛନ୍ତି । ତାଲିବାନ ଖୁବଶୀଘ୍ର ବାଳିକାଙ୍କ ଶିକ୍ଷାକୁ ଆଗକୁ ବଢାଇବାକୁ ବିଭିନ୍ନ ଅଞ୍ଚଳରେ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିବାକୁ ଯାଉଛି । ଗତ ସପ୍ତାହରେ କାବୁଲ ଗସ୍ତ କରିଥିବା ୟୁନିସେଫର ଉପ କାର୍ଯ୍ୟକାରୀ ନିାର୍ଦ୍ଦଶକ ଉମର ଆବଦି ଜାତିସଂଘ ମୁଖ୍ୟାଳୟରେ ଖବରଦାତାଙ୍କୁ କହିଛନ୍ତି, ତାଲିବାନ ଶିକ୍ଷାମନ୍ତ୍ରୀ ତାଙ୍କୁ କହିଛନ୍ତି କି ଏବେ ତାଲିବାନ ୬ଷ୍ଠରୁ ଅଧିକ ପାଠପଢୁଥିବା ଝିଅମାନଙ୍କୁ ସେମାନଙ୍କ ସ୍କୁଲ ଶିକ୍ଷା ଜାରି ରଖିବାକୁ ଏକ ନୂଆ ରୂପରେଖ ଉପରେ କାମ କରୁଛନ୍ତି । ଯାହାକୁ ୧/୨ ମାସ ମଧ୍ୟରେ ପ୍ରକାଶିତ କରାଯିବ । ତାଲିବାନ ପୂର୍ବରୁ କିଛି ଅଞ୍ଚଳରେ ବାଳିକା ଶିକ୍ଷାକୁ ଅନୁମତି ଦେଇଛି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..