ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ସୁରଟରେ କାଡୋଡୋରାସ୍ଥିତ ଏକ ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୧୨୫ ରୁ ଅଧିକ ଶ୍ରମିକଙ୍କୁ ହାଇଡ୍ରୋଲିକ୍ ଲିଫ୍ଟ ଦ୍ୱାରା ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି। ଜୀବନ ବଞ୍ଚାଇବା ପାଇଁ ମଧ୍ଯ କିଛି ଲୋକ ବିଲଡିଂରୁ ଡେଇଁପଡିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, କାଡୋଡୋରା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଏହି ଘଟଣାରେ କିଛି କର୍ମଚାରୀ ମଧ୍ୟ ଜଳି ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଡୋଡୋର ପୋଲିସ ଅଧିକାରୀ ହେମନ୍ତ ପଟେଲ କହିଛନ୍ତି ଯେ, ଉକ୍ତ ପ୍ୟାକେଜିଂ କମ୍ପାନୀରେ ସକାଳ ସମୟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପ୍ରଥମ ମହଲାରେ ଆରମ୍ଭ ହୋଇ ପରେ ଅନ୍ଯ ମହଲାକୁ ବ୍ଯାପିଯାଇଥିଲା। ବିଲଡିଂ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କ୍ରେନ୍ ବ୍ୟବହାର କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ଥାନା ଅଧିକାରୀ କହିଛନ୍ତି ।






More Stories
ପିୟୁସିସି ସାର୍ଟିଫିକେଟର ନିୟମ ସଂଶୋଧନ…..
ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼; ୧୫ ମୃତ, ସାମରିକ ଘାଟି ଧ୍ୱଂସ….
Gen Z ପ୍ରସ୍ତୁତ କରିବେ ବଜେଟ୍…..