ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀରରେ ଦିନକୁ ଦିନ ଆତଙ୍କୀ କାର୍ଯ୍ୟକଳାପ ଅସହ୍ୟ ହୋଇପଡୁଛି | ଅଣ କାଶ୍ମୀରୀଙ୍କୁ ହତ୍ୟା କରିଚାଲିଛନ୍ତି ଆତଙ୍କବାଦୀ । ଅନ୍ୟ ରାଜ୍ୟମାନଙ୍କରୁ ଯାଇ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଭୟରେ ଘରୁ ବାହାରୁ ନାହାଁନ୍ତି । ଗତକାଲି ଅର୍ଥାତ ରବିବାର ବିହାରର ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଖୋଜି ଖୋଜି ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ପ୍ରବାସୀମାନଙ୍କ ପାଇଁ ବିପଦ ବଢୁଥିବାରୁ ଭୟରେ ନିଜ ନିଜ ଘରକୁ ଫେରିଯିବା ପାଇଁ ବାହାରିଛନ୍ତି । ରେଳ ଷ୍ଟେସନରେ ଅସମ୍ଭବ ଭିଡ ଦେଖିବାକୁ ମିଲୁଛି | ଗତ କିଛି ଦିନ ହେଲା ଲଗାତାର ଭାବେ ଆତଙ୍କବାଦୀ ମାନେ କେବଳ ଅଣ କାଶ୍ମୀରୀଙ୍କୁ ହିଁ ଟାର୍ଗେଟ କରିଚାଲିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଶ୍ରମିକ ଶ୍ରେଣୀର ଲୋକମାନେ ଜାମ୍ମୁ ଷ୍ଟେସନରେ ଅସମ୍ଭବ ଭିଡ ଜମାଇଛନ୍ତି । ନିଜ ନିଜ ଘରକୁ ଯିବା ପାଇଁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଅପେକ୍ଷାକରି ରହିଛନ୍ତି । କେବଳ ସେତିକି ନୁହେଁ ଖାଦ୍ୟ ଅଭାବରୁ ଛୋଟ ଛୋଟ ଶିଶୁମାନେ ମଧ୍ୟ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । କିଛି ଲୋକ ଆଉ କେବେ କାଶ୍ମୀର ନଆସିବା ମଧ୍ୟ କହୁଛନ୍ତି । ସେମାନଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ଧମକ ଦେଉଛନ୍ତି ଏବଂ ଅଣ କାଶ୍ମୀରୀ ବୋଲି ଜାଣିବା ପରେ ଗୁଳିକରି ହତ୍ୟା କରୁଛନ୍ତି । ଗତକାଲି ବିହାରର ୨ ଜଣଙ୍କୁ ହତ୍ୟା କରିବା ପରେ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କାଏ ସହାୟତା ରାଶି ଘୋଷଣା କରାଯାଇଛି ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……