ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ମତୱାଲା । ଆଉ ଠିକ୍ ସମୟରେ ଜିମ୍ରେ ପହଞ୍ଚି ସ୍ୱାମୀ ଓ ପ୍ରେମିକାକୁ ମାଡମାରିଥିଲେ ସ୍ତ୍ରୀ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସହର କୋହେଫିଜା ଅଞ୍ଚଳରେ | ଜଣେ ଯୁବକ ଓ ଯୁବତୀଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେଉଛି । ମାଡ ମାରୁଥିବା ମହିଳା ଜଣକ ଯୁବକଙ୍କ ସ୍ତ୍ରୀ ଏବଂ ଭିଡିଓରେ ଦେଖାଯାଇଥିବା ଅନ୍ୟ ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି କୁହାଯାଉଛି । ଏହାସହ ଛାଡପତ୍ର ଏବଂ ମକଦ୍ଦମା ଭଳି ଶବ୍ଦ ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି । ବର୍ତ୍ତମାନ ମାମଲା ପୋଲିସ ପାଖରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଭୋପାଳର କୋହେଫିଜା ଥାନା ଅଞ୍ଚଳରେ ଏକ ୟୁନିସେକ୍ସ ଜିମ୍ ଅଛି । ଜଣେ ବିବାହିତ ଯୁବକ ପ୍ରତିଦିନ ସେଠାରକୁ ବ୍ୟାୟାମ କରିବାକୁ ଯାଉଥିଲେ । ନିତି ପ୍ରତିଦିନ ଯିବାଆସିବା ମଧ୍ୟରେ ସେଠାକୁ ପୂର୍ବରୁ ଆସୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଗଲା । ତେବେ ଉଭୟଙ୍କ ବନ୍ଧୁତା ଖୁବ୍ ଶୀଘ୍ର ପ୍ରେମରେ ପରିଣତ ହୋଇଥିଲା । କୌଣସି ସୂତ୍ରରୂ ସ୍ୱାମୀର କଳାକାରନାମା ଜାଣି ପାରିଥିଲେ ସ୍ତ୍ରୀ । ଆଉ ଜାଣିବା ମାତ୍ରେ ସ୍ୱାମୀ ଏବଂ ପ୍ରେମିକାର ଚୋରି ଧରିବାକୁ ଜିମରେ ପହଞ୍ଚି ଯାଇଥିଲେ । ଆଉ ଭାଗ୍ୟ କୁହ କି ଦୁର୍ଭାଗ୍ୟ ସେଠାରେ ଉପସ୍ଥିତ ଥିଲେ ସ୍ୱାମୀ ଓ ପ୍ରେମିକା । ଯୁବକଙ୍କର ସ୍ତ୍ରୀ ତାଙ୍କ ସହ ଜଣେ ବୁର୍ଖା ପିନ୍ଧା ମହିଳାଙ୍କୁ ସାଥୀରେ ନେଇ ଜିମ୍ ଯାଇଥିଲେ । ଆଉ ଭିଡିଓରେ ସେ ସର୍ଟସ ଓ-ସାର୍ଟ ପିନ୍ଧିଥିବା ସ୍ୱାମୀଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ରସିକ ସ୍ୱାମୀ ଜଣକ ପ୍ରେମିକାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ସ୍ତ୍ରୀ କ’ଣ ମାନୁଛନ୍ତି । ଉଭୟଙ୍କୁ ନିର୍ଦ୍ଧୁମ ଛେଚି ଛନ୍ତି । ତେବେ ଏହି ସମୟରେ ମହିଳା ଜଣକ କହୁଛନ୍ତି, ମୁଁ ପିଲା ଛୁଆକୁ ଧରି ଘର କାମ କରିବି । ଆଉ ବାହାରେ ତୁ ରାସଲୀଳା କରିବୁ । ସେପଟେ ଯୁବକ ଜଣକ ଭିଡିଓରେ କହୁଛନ୍ତି, ମୁଁ ତାଙ୍କୁ ତଲାକ୍ ଦେଇସାରିଛି । ତେବେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଆଉ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….