Report Card Odisha

| Daily Odia News

ରାଜ୍ୟରେ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ,୪ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ | ଦିନକରେ ଆଜି ୫୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୨୪ ଓ ସ୍ଥାନୀୟ ସଂକ୍ରମିତ ୨୩୨ ରହିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲ୍ଲାରେ ୫, ବାଲେଶ୍ୱର ୧୦, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୭, କଟକରେ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରେ ୧, ଗଞ୍ଜାମ ୩, ଜଗତସିଂହପୁର ୧୧, ଯାଜପୁର ୧୧, ଝାରସୁଗୁଡା ୫, କେନ୍ଦ୍ରାପଡା ୮ ଏବଂ କେନ୍ଦୁଝରରେ ୩ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରେ ୩୦୫, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୧୫, ପୁରୀ ୧୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୧ ଚିହ୍ନଟ ହୋଇଛନ୍ତି । ଦିନକରେ ୫୩୦ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୪୮୪୬ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଆଜିର ୪ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୯୪ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି ।

 

Breaking News