Report Card Odisha

| Daily Odia News

ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ମାମଲା: ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମ୍ ସିଲ୍….

ରିପୋର୍ଟ କାର୍ଡ / ଭବାନୀପାଟଣା

କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି । ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରିଛି ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଅଛନ୍ତି । ପୋଲିସ ନିର୍ମାଣାଧୀନ ଖେଳ ପଡ଼ିଆକୁ ତନ୍ନତନ୍ନ କରି ଯାଞ୍ଚ କରୁଛି । ଫେରାର୍ ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଷ୍ଟାଡିୟମର ଠିକାଦାର ଅଛନ୍ତି । ଷ୍ଟାଡିଅମ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନିଖୋଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ- ମମିତା ମେହେର ଗତ ୮ ତାରିଖରୁ ନିଖୋଜ ଅଛନ୍ତି । ସ୍କୁଲ ଯାଇ ସେ ଆଉ ଘରକୁ ଫେରି ନାହାନ୍ତି । ଏନେଇ ପରିବାର ଲୋକ ସିନ୍ଧେକେଲା ଥାନାରେ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ଅଭିଯୋଗ କରିଥିଲେ । ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା। ତେବେ ସେ ଟିଟିଲାଗଡ଼ ଥାନା ପୋଲିସ ବାରାକରୁ ଚମ୍ପଟ ମାରିଛି । ତାକୁ ଧରିବାକୁ ପୋଲିସର ୩ଟି ଟିମ୍ ଲାଗିଛନ୍ତି ।

Breaking News