Report Card Odisha

| Daily Odia News

ରାଜ୍ୟରେ ୨୨୮୨ ପୋଲିସଙ୍କୁ ମିଳିବ ଆର୍ନ୍ତିକ ସୁରକ୍ଷା ସେବା ପଦକ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନକ୍ସଲ ଅଞ୍ଚଳରେ କାମ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ନ୍ତିକ ସୁରକ୍ଷା ସେବା ପଦକ । ଓଡ଼ିଶାର ୨୨ ୮୨ ଜଣଙ୍କୁ ଏହି ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ନକ୍ସଲ ଅଧ୍ୟୁଷିତ ଇଲାକାରେ ୨ବର୍ଷରୁ ଅଧିକ ଦିନ ଅପରେସନରେ ସାମିଲ ପୋଲିସକୁ ଏହି ପଦକ ପ୍ରଦାନ କରାଯାଇଥାଏ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ଦିଆଯାଇଥାଏ । ରାଜ୍ୟଗୁଡ଼ିକର ପୋଲିସ ଡିଜିମାନଙ୍କୁ ଏହି ପଦକ ପ୍ରଦାନ କରାଯିବାର କ୍ଷମତା ଦିଆଯାଇଛି । ଆର୍ନ୍ତିକ ସୁରକ୍ଷା ମେଡାଲ୍ ନକ୍ସଲ ପ୍ରବଣ ଅଞ୍ଚଳରେ କାର୍ୟ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବ ।

 

Breaking News