ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ଅଦଳବଦଳ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଆଇଏସଏସ୍ ଅଧିକାରୀ ପାରୁଲ ପଟଓ୍ବାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଧିକାରୀ ସନତ କୁମାର ମହାନ୍ତିଙ୍କୁ SCERTର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଆଇଏଏସ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..