ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ କର୍ମଚାରୀ ବଡି କ୍ୟାମେରା ପିନ୍ଧିବା ନେଇ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଯେଉଁ ସ୍ଥାନରୁ ଅଧିକ ଅଭିଯୋଗ ଆସୁଛି ଓ ଅସୁବିଧା ସୃଷ୍ଟି ହେବାକ ଆଶଙ୍କା ରହିଛି ସେଠାରେ କର୍ମଚାରୀମାନେ ବଡି କ୍ୟାମେରା ବ୍ୟବହାର କରିବେ। ଏହା ସହ ପ୍ରବେଶ ଫାଟକ, ସିସିଟିଭି କ୍ୟାମେରେ କଭରେଜ୍ ନ ଥିବା ସ୍ଥାନ, ସିସିଟିଭି କଭରେଜ୍ ଥିଲେ ବି ସମ୍ବେଦନଶୀଳ ସ୍ଥାନ, କୋର୍ଟ ଓ ହସ୍ପିଟାଲରୁ ଫେରୁଥିବା କଏଦୀଙ୍କୁ ଯାଞ୍ଚ ସମୟରେ, ସେଲରେ ଅଚାନକ୍ ଯାଞ୍ଚ, ହାର୍ଡକୋର୍ କଏଦୀଙ୍କ ପାଖରେ ଥିବା ସମୟରେ ବଡି କ୍ୟାମେରା ବ୍ୟବହାର କରାଯିବ। ଏହି ଡାଟା ରେକର୍ଡ ଓ ଷ୍ଟୋରେଜ୍ କରିବା ପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ପ୍ରାଧୀକୃତ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଜେଲ ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..