ରିପୋର୍ଟ କାର୍ଡ / ବାଲେଶ୍ଵର
କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାର ତିନି ମାସ ବିତିବା ପରେ ହଠାତ୍ ତା’ ପତ୍ନୀ ପୋଲିସ ବିରୋଧରେ ଏତଲା ଦେଇଛନ୍ତି | ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୋଜନାବଦ୍ଧଭାବେ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବାବେଳେ ଘଟଣାର ଯାଞ୍ଚ କରି ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି। ତେବେ ପୋଲିସଠାରୁ ନ୍ୟାୟ ନିମଳିଲେ ସେ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ମାନବାଧିକାର କମିଶନରେ ଅଭିଯୋଗ କରିବେ ବୋଲି କହିଛନ୍ତି। ହାସିନାଙ୍କ ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୪ରେ ବାଲେଶ୍ୱର ଜିଲ୍ଲା ସିମୁଳିଆରେ ପୋଲିସ ଗୁଳିରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ହାଇଦର କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ପୋଲିସ ତାଙ୍କୁ ଗୁଳିକରି ଏବଂ ଭୁଜାଲି ଦ୍ୱାରା ହତ୍ୟା କରିବ ବୋଲି ଧମକ ଦେଇଥିଲା। ଏହାସହ ପୋଲିସ ହାସିନାଙ୍କଠାରୁ ଅର୍ଥ ମଧ୍ୟ ଦାବି କରିଥିଲେ। ଏବଂ ଟଙ୍କା ନଦେଲେ ତାଙ୍କ ସ୍ୱାମୀଙ୍କ ମୃତଦେହ ମିଳିବ ବୋଲି ଧମକ ଦେଇଥିଲା। ପୋଲିସ ହାଇଦରଙ୍କୁ ତେଲେଙ୍ଗେନା ରାଜ୍ୟକୁ ନେଇଯାଇଥିଲା। ସେ ଏସସିବି ମେଡ଼ିକାଲରୁ ଚମ୍ପଟ ମାରିଥିବା ମିଥ୍ୟା ଅଭିଯୋଗରେ ତାଙ୍କ ପରିବାରରର ଅନ୍ୟ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ତେଲେଙ୍ଗେନାରୁ ହାଇଦରକୁ ଆଣି ଚୌଦାର ଜେଲରେ ରଖାଯାଇଥିଲା। ହାଇଦର ପୋଲିସ କବଜାରୁ ଖସିଯିବାକୁ ଉଦ୍ୟମ କରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ପୋଲିସ ଗୁଳି କରି ହାଇଦରଙ୍କୁ ହତ୍ୟ କରିଛି ବୋଲି ହାସିନା ତାଙ୍କ ଏତଲାରେ ଦର୍ଶାଇଛନ୍ତି।
More Stories
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ସବୁ ପରୀକ୍ଷା ସେଣ୍ଟରରେ ସିସିଟିଭି,୧୨ରୁ ପଠାଯିବ ପ୍ରଶ୍ନପତ୍ର…..