Report Card Odisha

| Daily Odia News

ନୂଆ ଢାଞ୍ଚାରେ ନଵମ ଓ ଦଶମ ଶ୍ରେଣୀର ପରୀକ୍ଷା,ନଭେମ୍ବର ୨୨ରୁ ପ୍ରଥମ ସମେଟିଭ୍ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ନୂଆ ଢାଞ୍ଚାରେ ନଵମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଵଂ ମୂଲ୍ୟାୟନ ପଦ୍ଧତି ଉପରେ ଵୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ କରାଯାଇଛି । ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ । ଵର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେଵ । ନଵମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଚ କହିଛି । ଏଥିରେ ୪୦ମାର୍କର ପରୀକ୍ଷା ହେଵ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅଵଜେକଟିଵ୍ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ । ତେବେ ନିରପେକ୍ଷ ସ୍କୁଲରେ ମୂଲ୍ୟାୟନ ହେବା ନେଇ ବୋର୍ଡ ସ୍ପଷ୍ଟ କରିଛି । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ଵୋର୍ଡ ମାର୍କ ଅପଲୋଡ଼ କରିଵ । ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Breaking News